ନାମାଙ୍କନ ଦାଖଲ କଲେ ସାମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ

ନୂଆଦିଲ୍ଲୀ,୨୫ା୪: ପରେ ଉତ୍ତରପ୍ରଦେଶର କନୌଜରୁ ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏଥିପାଇଁ ସେ ଆଜି ନିଜ ପରିବାର ସହ ଆଶି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ କନୌଜର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭାରତୀୟ ଜନତା ପାର୍ଟିର ସୁବ୍ରତ ପାଠକଙ୍କ ସହ ଏହି ଆସନରେ ସେ ନିର୍ବାଚନୀ ମଇଦାନରେ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ସୁବ୍ରତ ପାଠକ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଖିଲେଶଙ୍କ ନାମାଙ୍କ ପତ୍ର ଦାଖଲକୁ ନେଇ ଦଳ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ଆଜି ଦିନ ୧୨ଟାରେ ଅଖିଲେଶ ଯାଦବ ଦଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ତାଙ୍କ ସହ କାକା ରାମଗୋପାଲ ଯାଦବ, ସପା ଜିଲ୍ଲାଧ୍ୟକ୍ଷ କଲିମ୍ ଖାନ୍‌, ପୂର୍ବ ବିଧାୟକ କଲ୍ୟାଣ ସିଂହ ଦୋହରେ ଏବଂ ପାର୍ଟି ପ୍ରଦେଶ ସଚିବ ଉପସ୍ଥିତ ଥିଲେ । ଏନେଇ ଦଳ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି । ଅପରପକ୍ଷରେ ଅଖିଲେଶ ଯାଦବ ଏହି ଫଟୋକୁ ଶେୟାର କରି ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ‘ପୁଣି ଥରେ ଇତିହାସର ପୁନରାବୃତ୍ତି ହେବ, ଏବେ ନୂତନ ଭବିଷ୍ୟର ନିର୍ମାଣ ହେବ ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!