ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା ସାଙ୍ଗକୁ ଦଳୀୟ ଉତ୍ତରୀୟ ଦେଇ ଭବ୍ୟ ସ୍ବାଗତ କରିଥିଲେ। ଅନ୍ୟପକ୍ଷେ ଟିକେଟ କଟିବା ପରେ କିଛି ଦିନ ପରେ ପ୍ରବୋଧ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ସେ ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଛନ୍ତି। ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟ ମିଶ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ମିଶିଥିଲେ। ତା’ପରେ ତାଙ୍କୁ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ପ୍ରାର୍ଥୀ ହେବା ପରେ ଶ୍ରୀ ତିର୍କୀ ପ୍ରଚାର ଆରମ୍ଭ କରିଥିଲେ। ଲୋକଙ୍କ ପାଖକୁ ଯାଇ ଭୋଟ୍‌ ଭିକ୍ଷା କରିଥିଲେ। ହେଲେ ତାଙ୍କୁ କିଛି ନଜଣାଇ କଂଗ୍ରେସ ଟିକେଟ ଫେରାଇ ନେଇଥିଲା। ଯେଉଁଥିପାଇଁ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!