ହୁତ ହୁତ ହୋଇ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲା ୪୦ ଜଣଙ୍କ ପ୍ରାଣ

ଢେଙ୍କାନାଳ,୨୬ା୪: ଏକ ଘରୋଇ ବସରେ ନିଆଁ ଲାଗିଯିବା ଘଟଣା   ।   ବସରେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଯାତ୍ରୀମାନେ ବାହାରକୁ ପଳାଇ ଆସିଥିଲେ ।ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଆନନ୍ଦନଗର ନିକଟରେ ଏକ ଯାତ୍ରୀବାହୀ ବସ୍ ଜଳି ଯାଇଛି। ସୌଭାଗ୍ୟବଶତଃ ବସର ଯାତ୍ରୀ ସୁରକ୍ଷିତ ଅଛନ୍ତି। ନିଆଁ ଲାଗିବା ମାତ୍ରେ ଯାତ୍ରୀ ବସରୁ ବାହାରକୁ ପଳାଇ ଆସିଥିଲେ। ବସ୍ ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!