ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଆଗାମୀ ୪ ଦିନ ଯାଏଁ ଜାରି ରହିବ

ଭୁବନେଶ୍ୱର,୨୭।୪:  ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଆଗାମୀ ୪ ଦିନ ଯାଏଁ ଜାରି ରହିବ । ପ୍ରବଳ ଖରାକୁ ଅସହ୍ୟ ଗୁଳୁଗୁଳିରେ ସାରା ରାଜ୍ୟ କଲବଲ ହୋଇଉଠିବ । ଘରୁ ବାହାରିବା ତ ଦୂରର କଥା, ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ କିମ୍ବା ତା’ଠାରୁ ଅଧିକ ରେକର୍ଡ ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଦିନ ୧୧ରୁ ୩ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।ଏପ୍ରିଲ ମାସରେ ସବୁ ସୀମା ପାର କରି ସାରିଲାଣି ତାତି । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେହି ଏହି ସମୟରେ ଘରୁ ନବାରିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏ ନେଇ ରାଜ୍ୟବାସୀଙ୍କୁ ମୋବାଇଲରେ ମେସେଜ ମାଧ୍ୟମରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ, ପ୍ରଚଣ୍ଡ ହେଲାଣି ତାତି । ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ନୂଆପଡ଼ା ଓ ବଲାଙ୍ଗିରରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ଟିଟିଲାଗଡ଼, ଯାଜପୁର, ସମ୍ବଲପୁର ଏବଂ ହୀରାକୁଦରେ ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ା ଓ ତାଳଚେରରେ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ପାରଦ ୪୩.୧ ଡିଗ୍ରୀ ରହିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!