ରାୟବରେଲିରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ,୨୯।୪:ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଭୋଟ ସରିଲାଣି। ଆହୁରି ଅନେକ ସ୍ଥାନରେ ଭୋଟ ହେବା ବାକି ଅଛି। ସମସ୍ତ ରାଜନୈତିକ ଦଳ ଗୋଟିଏ ପରେ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରୁଛନ୍ତି। ତେବେ ଏସବୁ ଭିତରେ ଉତ୍ତରପ୍ରଦେଶର ଅମେଠି ଓ ରାୟରବରେଲି ଆସନରେ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଦେଇନାହିଁ। ଏହି ଦୁଇଟି ଆସନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି।ଏହାରି ଭିତରେ ଅମେଠିରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଅମେଠି ନୁହେଁ ରାୟବରେଲିରୁ ସେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ସୂତ୍ରରୁ ଏହି ସୂଚନା ମିଳିଛି। ସେହିପରି ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଗାନ୍ଧିଙ୍କ ବର୍ତ୍ତମାନ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ କୌଣସି ଯୋଜନା କରାଯାନାହିଁ।ରାହୁଲ ଗାନ୍ଧି ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଆମେଠିରୁ ଲୋକସଭା ସଦସ୍ୟ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ​​ତାଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ରାହୁଲ ଗାନ୍ଧି ଚଳିତ ନିର୍ବାଚନରେ ପୁଣି ଥରେ କେରଳର ୱାୟନାଡରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ଶୁକ୍ରବାର ଦିନ ମତଦାନ ଶେଷ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!