ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡରର ଦର

ନୂଆଦିଲ୍ଲୀ,୧।୫:  ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ଦ୍ୱିତୀୟ ଥର ପାଇଁ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ମୁଦ୍ରାସ୍ଫୀତି ସମସ୍ୟା ସହ ସଂଘର୍ଷ କରୁଥିବା ଲୋକଙ୍କୁ ଏହା ବହୁତ ଆରାମ ପ୍ରଦାନ କରିବାକୁ ଯାଉଛି।ସରକାରୀ ତୈଳ କମ୍ପାନୀଗୁଡିକ ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯ ଟଙ୍କାକୁ ହ୍ରାସ କରାଯାଇଛି। ଏହି ରିହାତିର ଲାଭ କେବଳ ୧୯ କିଲୋଗ୍ରାମ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡରରେ ଉପଲବ୍ଧ ହେବ। ଏଥର ମଧ୍ୟ ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।IOCL ୱେବସାଇଟ୍‌ରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୧୯ କେଜିଆ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ୧୯ ଟଙ୍କା କମିଛି। ଏହା ପୂର୍ବରୁ ୧୭୬୪.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୭୪୫.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ୧୭୧୭.୫୦ ଟଙ୍କାରୁ ୧୬୯୮.୫୦ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ଏହି ଦର ୧୯ ଟଙ୍କା ହ୍ରାସ ପାଇ ୧୯୩୦ ଟଙ୍କାରୁ ୧୯୧୧ ଟଙ୍କାରେ ପହଞ୍ଚିଛି। କୋଲକତାରେ ପୂର୍ବରୁ ଏହି ସିଲିଣ୍ଡର ଦାମ ୧୮୭୯ ଟଙ୍କା ଥିବା ବେଳେ ୨୦ ଟଙ୍କା ହ୍ରାସ ପାଇ ଏବେ ତାହା ୧୮୫୯ ଟଙ୍କାରେ ପହଞ୍ଚିଛି।IOCL ପକ୍ଷରୁ ଘରୋଇ ଗ୍ୟାସ ସିଲିଣ୍ଡରର ଦର ଅପରିବର୍ତ୍ତିତ ରହିଛି । ପୂର୍ବ ମାସ ପରି ଚଳିତ ମାସ ବି ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ସମାନ ରହିଛି। ଦିଲ୍ଲୀରେ ସିଲଣ୍ଡର ପିଛା ମୂଲ୍ୟ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!