୧୦୦ ରୁ ଅଧିକା ସ୍କୁଲରେ ବୋମା , ମିଳିଲା ଧମକପୂର୍ଣ୍ଣ ଇମେଲ୍

ନୂଆଦିଲ୍ଲୀ.୧ା୫ :ସ୍କୁଲ ପରିସରରେ ରହିଛି ବମ୍‌। ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ।  ଦିଲ୍ଲୀ NCRର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ୍ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି । ଆଜି ସକାଳେ ଏହି ଧମକ ପାଇଥିବା ବିଦ୍ୟାଳୟମାନଙ୍କ ମଧ୍ୟରେ ଚାଣକ୍ୟପୁରୀର ସଂସ୍କୃତ ବିଦ୍ୟାଳୟ, ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରୀ ସ୍କୁଲ ଏବଂ ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଅନ୍ୟତମ । ଏପରି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି । ଦିଲ୍ଲୀର ୧୦୦ରୁ ଅଧିକ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିବା ଜଣାପଡିଛି । ଦିଲ୍ଲୀ ପୋଲିସ ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇମେଲ୍ ର ଅନୁଧ୍ୟାନ କରିବା ତନାଘନା କରୁଛନ୍ତି । ସବୁ ସ୍କୁଲରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଆସି ପହଞ୍ଚିଛନ୍ତି ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବରେ କୌଣସି ସୂଚନା ଦିଆଯାଇନାହିଁ । ଦିଲ୍ଲୀ ପୋଲିସ୍ ମୁଖପାତ୍ର ସୁମନ ନାଲୱା କହିଛନ୍ତି, “ଯେଉଁ ବିଦ୍ୟାଳୟକୁ ବୋମା ଧମକ ଆସିଛି, ଆମେ ପଦକ୍ଷେପ ନେଇଛୁ । ମୁଁ ଅଭିଭାବକମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରୁଛି ।” ଦିଲ୍ଲୀ ପୋଲିସର କହିବାନୁସାରେ, ଧମକପୂର୍ଣ୍ଣ ଇମେଲ୍ ର ଆଇପି ଠିକଣା ଜାଣିବା ପାଇଁ ଉଦ୍ୟମ କରାଯାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଇମେଲ୍ ପଠାଇଛନ୍ତି ଏବଂ କେଉଁଠାରୁ ପଠାଯାଇଛି ତାହା ଖୋଜିବା ସମ୍ଭବ ହୋଇନାହିଁ ।ଆଜି ସକାଳ ୬ଟାରେ DPS ସ୍କୁଲ ତରଫରୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ବମ୍ ଥିବାର ଧମକ ସମ୍ପର୍କରେ ସୂଚନା ଦିଅଯାଇଥିଲା। ଏହାପରେ ଘଟଣାସ୍ଥଳରେ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ସେମାନେ ପୂରା ସ୍କୁଲକୁ ଛାନଭିନ କରିଥିଲେ ବି ବମ୍‌ର ସନ୍ଧାନ ପାଇ ପାରି ନ ଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!