ମଞ୍ଚରେ ଭାଷଣ ଦେଇ ୨ପୋଲିସ କର୍ମୀଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର,,୩।୫:   ମଞ୍ଚରେ ଭାଷଣ ଦେବା ୨ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା । ୨ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଚୌଦ୍ବାର ଥାନା IIC ବିଶ୍ବରଞ୍ଜନ ସାହୁ ଓ SI ସରସ୍ବତୀ ସାହୁଙ୍କ ବଦଳି ନିର୍ଦ୍ଦେଶ ।ଉଭୟଙ୍କୁ ନିର୍ବାଚନ ସଂପର୍କିତ କୌଣସି ଦାୟିତ୍ବ ନ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ରାଜନେତାଙ୍କ ନିକଟରେ ବସି ଉଭୟ ଅଧିକାରୀ ଭାଷଣ ଦେଇଥିଲେ । ଏନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଥିଲା ଭାରତୀୟ ଜନତା ପାର୍ଟି (ବିଜେପି) ଆଠଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ବ୍ୟାନରରେ ଆୟୋଜିତ ସଭାରେ ଭାଷଣ ଦେବା ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ସବଇନ୍ସପେକ୍ଟର ସରସ୍ୱତୀ ସ୍ୱାଇଁଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ ୨୪ଘଣ୍ଟା ମଧ୍ୟରେ ନିର୍ବାଚନମଣ୍ଡଳୀ ବାହାରକୁ ବଦଳି କରିବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଉଭୟ ପୁଲିସ ଅଫିସର ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଥିବା ସଂକ୍ରାନ୍ତରେ ଯେଉଁ ତଦନ୍ତ ରିପୋର୍ଟ କଟକ ଡିସିପି ଦେଇଛନ୍ତି ତାହା ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ।ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍ ଥିରୁମାଳା ନାଏକ ଆଜି କଟକ-ଭୁବନେଶ୍ୱର ପୁଲିସ କମିଶନର ଓ କଟକ ଡିସିପିଙ୍କୁ ଚିଠି ଲେଖି ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ସବଇନ୍ସପେକ୍ଟର ସରସ୍ୱତୀ ସ୍ୱାଇଁଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅବଗତ ପାଇଁ ମଧ୍ୟ ତାଗିଦ୍ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!