ପୁରୀ,,୪।୫: ଟିକେଟ ପାଇ ଫେରାଇ ଦେଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ଏନେଇ ସେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଇମେଲ ଯୋଗେ ଜଣାଇଛନ୍ତି। ଏଥିରେ ସେ ଦୁଇଟି କାରଣ ଦର୍ଶାଇଛନ୍ତି। ପୁରୀ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି। ଏବଂ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନଥିବାରୁ ସେ ଟିକେଟ ଫେରାଇଥିବା ଜଣାପଡିଛି। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି କହିଛନ୍ତି ସୁଚରିତା। ପୁରୀ ଲୋକସଭା ଆସନରେ ମେ ୨୫ରେ ମତଦାନ ଗ୍ରହଣ କରାଯିବ। ନାମାଙ୍କନ ଭରିବାକୁ ଆଉ ୨ରୁ ୩ଦିନ ବାକିଥିବା ବେଳେ ଏହା ପୂର୍ବରୁ ସୁଚରିତା ଟିକେଟ ଫେରାଇ ଦେଇଛନ୍ତି। ତେବେ କଂଗ୍ରେସ ଏହି ଆସନରୁ କାହାକୁ ପୁଣି ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |