ପ୍ରକାଶ ପାଇଲା ICSE ଦ୍ୱାଦଶ ଓ ଦଶମ ରେଜଲ୍ଟ

ଭୁବନେଶ୍ୱର, ୬।୫:ପ୍ରକାଶ ପାଇଲା ICSE ଦ୍ୱାଦଶ ଓ ଦଶମ ରେଜଲ୍ଟ । ଓଡ଼ିଶାର ICSE ଦଶମରେ ପାସ୍ ହାର ରହିଛି  ୯୯.୦୮ ପ୍ରତିଶତ । ୮ ହଜାର ୭୩୯ ପିଲା ପରୀକ୍ଷା ଦେଇଥିବା ବେଳେ ୯୦ ଜଣ ଫେଲ୍ ହୋଇଛନ୍ତି । ISCE ଦଶମରେ ବାଜି ମାରିଛନ୍ତି ଝିଅ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ସେହିପରି ISC ଦ୍ୱାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ । ୧ ହଜାର ୭୨୬ ଜଣ ପରୀକ୍ଷା ଦେଇଥିବା ବେଳେ ଫେଲ ହୋଇଛନ୍ତି ମାତ୍ର ୧୯ ଜଣ । ଏଥିରେ ମଧ୍ୟ ଝିଅଙ୍କ ପାସ୍ ହାର ୯୮.୯୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୮.୮୫ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!