କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ,୪୦ ହେକ୍ଟର ଚାଷଜମି ଜଳମଗ୍ନ

କେନ୍ଦ୍ରାପଡ଼ା,୯ା୫: କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଏଣ୍ଡର ପଞ୍ଚାୟତ ଏଣ୍ଡର ଗ୍ରାମ ନିକଟ ୪୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଏଥିଯୋଗୁ ଜମିରେ ଓପଡ଼ା ହୋଇ ରହିଥିବା ମୁଗ ଓ ବିରି ଫସଲ ପାଣିରେ ଭାସୁଛି। ଏଥିସହିତ ଉପଡ଼ା ହୋଇ ନ ଥିବା ବରି ଓ ମୁଗ ଫସଲ କେନାଲ୍‌ ପାଣିରେ ବୁଡ଼ି ରହିଛି।କଟକ ନର୍ଥ ଡିଭିଜନ୍‌ ଓ କେନ୍ଦୁପାଟଣା ଉପଖଣ୍ଡ ଅଧୀନରେ ଥିବା କେନାଲରେ ବିଭାଗ ପକ୍ଷରୁ ମଙ୍ଗଳବାର ପାଣି ଛଡ଼ା ଯାଇଥିଲା  କେନାଲରେ ଅଧିକ ପାଣି ଆସିବାରୁ ଏଣ୍ଡର ଗ୍ରାମ ନିକଟରେ ଦୁର୍ବଳ ଥିବା କେନାଲ୍‌ ବନ୍ଧରେ ହଠାତ୍‌ ଏକ ଘାଇ ସୃଷ୍ଟି ହୋଇ କେନାଲ ପାର୍ଶ୍ୱରେ ଥିବା ୪୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଥିଲା ଜମିରେ ମୁଗ ଓ ବିରି ଅମଳ କରିବା ଲାଗି ଅପେକ୍ଷା କରିଥିବା ଚାଷୀମାନେ ନିଜ ଫସଲକୁ ରକ୍ଷା କରିବା ପାଇଁ ଜଳସମ୍ପଦ ବିଭାଗର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ |କେନାଲ୍‌ରେ ପାଣି ବନ୍ଦ କରି ଦିଆଯାଇଛି କହି କେନ୍ଦୁପାଟଣା ସହକାରୀ ଯନ୍ତ୍ରୀ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଥିଲେ | ଅମଳ ସମୟରେ ଚାଷୀଙ୍କ ମୁଣ୍ଡରେ ଏଭଳି ଚଡ଼କ ପଡ଼ିବ କେହି କେବେ ବିଶ୍ୱାସ କରି ନ ଥିଲେ |ବୁଧବାର ଚାଷୀମାନେ ବିଲରେ ଜମି ରହିଥିବା ପାଣି ଭିତରୁ ଓପଡ଼ା ହୋଇ ରହିଥିବା ମୁଗ ଓ ବିରିକୁ ଛାଣି ଆଣି ରାସ୍ତା ଉପରେ ଶୁଖାଇଛନ୍ତି |ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବା ଫଳରେ ମୁଗ ଓ ବିରି ଫୁଲି ନଷ୍ଟ ହୋଇଛି। ।  । ଏଥିପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘର ସମ୍ପାଦକ କୃତିବାସ ଦାସ ଦାବି ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!