ନବରଙ୍ଗପୁର ରାଜନୀତି: ନେତା ଭୁଲିଗଲେ ମଧ୍ୟବିତ୍ତ ଏଵଂ ଯୁବପିଢ଼ି କୁ???

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର) :-ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ପଡ଼ିବ ଭୋଟ୍। ଆଉ ଏହି ସବୁ ସ୍ଥାନରେ ନେତାଙ୍କ ଭୋଟ୍ ନିର୍ଦ୍ଧାରଣ କରିବେ ମଧ୍ୟବିତ୍ତ ପରିବାର ଏଵଂ ଯୁବପିଢ଼ି । ଅର୍ଥାତ୍ ଏମାନେ ବାଛିବେ କିଏ ହେବ ସେମାନଙ୍କ ନେତା। ପ୍ରଥମ ପର୍ଯ୍ୟାୟ ପାଇଁ ତିନି ଦଳର ହେଭିୱେଟ୍ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀ ପ୍ରଚାର କରିସାରିଛନ୍ତି।ଏବେ ଅପେକ୍ଷା ମତଦାନକୁ।ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ମଧ୍ୟବିତ୍ତ ଏଵଂ ଯୁବପିଢ଼ିଙ୍କ ଭୋଟ୍। କେଉଁ ଦଳକୁ ଯିବ ଏମାନଙ୍କ ସମର୍ଥନ ? ନବରଙ୍ଗପୁର ଜିଲ୍ଲାରେ ରହିଛି ୪ଟି ବିଧାନସଭା କ୍ଷେତ୍ର। ଭୋଟରଙ୍କ ସଂଖ୍ୟା ୮ଲକ୍ଷ ୫୨ ହଜାର ୫୨୪। ସେଥିରୁ ପ୍ରାୟ ୩ ଲକ୍ଷ ମଧ୍ୟବିତ୍ତ ଏଵଂ ଯୁବପିଢ଼ି ଭୋଟର। ପ୍ରାୟ ଏକ ତୃତୀୟାଂଶ ଭୋଟର ହେଉଛନ୍ତି ଏମାନେ ।ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍। ବାଜିରେ ଲାଗିଛି ତିନି ପ୍ରମୁଖ ରାଜନୈତିକ ଦଳର ହେଭିୱେଟଙ୍କ ସହ ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀଙ୍କ ଭବିଷ୍ୟତ। ଆଉ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମଧ୍ୟବିତ୍ତ ଏଵଂ ଯୁବପିଢ଼ି। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଏମାନଂକୁ ଅଣଦେଖା କରିଛନ୍ତି ପ୍ରମୁଖ ଦଳର ନେତା ମାନେ। ଏକ ପଦରେ କହିବାକୁ ଗଲେ ନେତା ଭୁଲି ଗଲେ ମଧ୍ୟବିତ୍ତ କୁ???ଜାଣିରଖିବା କଥା ମଧ୍ୟବିତ୍ତ ହେଉଛନ୍ତି ଭାରତୀୟ ଅର୍ଥନୀତିର ସବୁଠାରୁ ବଡ ଭରସା। ଏମାନଙ୍କ ଉପରେ ଭାରତର ଯେତିକି ନଜର ସେତିକି ନଜର ରହିଛି ବିଶ୍ୱ ବଜାରରେ କାରବାର କରୁଥିବା ବଡ ବଡ଼ କମ୍ପାନି।ଭାରତରେ ଏହି ମଧ୍ୟବିତ୍ତ ପରିବାର ସଂଖ୍ୟା ୬୦କୋଟିରୁ ଅଧିକ। ଭାରତର ବିଶାଳ ବଜାରର ସବୁଠାରୁ ବଡ ଗରାଖ ହେଉଛନ୍ତି ଏହି ମଧ୍ୟବିତ୍ତ ବର୍ଗର । ଏଣୁ ଏହି ଶ୍ରେଣୀ ଦେଶର ଅର୍ଥନୀତିକୁ ଦୃଢ଼ କରିବାରେ ସହାୟକ ହେବା ସହିତ ଅନ୍ତର୍ଜାତୀୟ ବଜାରରେ ଭାରତର ସ୍ଥିତି ମଜଭୁତ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!