ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୩ା୫ :-ଆଜି ସଖାଳ 9ଘଣ୍ଟା ସମୟରେ ସାନଭରଣ୍ଡୀ ଗ୍ରାମର ଛୋଟ ବଡ଼ ମିଶି ପ୍ରାୟ ୨୨ଜଣ ଏକ ଅଟୋରେ ଚନ୍ଦାହାଣ୍ଡି ବ୍ଲକ ଫୋଟିକି ଗ୍ରାମକୁ ଯାଉଥିଲେ ।ଠିକ୍ ଏହି ସମୟରେ ଘାଟିରେ ଭାରସାମ୍ୟ ହରାଇ ଅଟୋଟି ଅଲଟି ପଡ଼ିଥିଲା ।ଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ଜଣ ସମାଜସେବୀ ଦୁର୍ଘଟଣା ଦେଖି ତୁରନ୍ତ ଗୁରୁତରମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେହିପରି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଅନ୍ୟମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗାଡ଼ିରେ ଥିବା ୨୨ ଜଣ ମଧ୍ୟରୁ ୯ଜଣ ମହିଳା, ୨ ଜଣ ଶିଶୁ ଏବଂ ୭ ଜଣ ପୁରୁଷ ଗୁରୁତର ଥିବା ବେଳେ ୪୫ ବର୍ଷୀୟ ବୈଦି ରାଜ ଗଣ୍ଡଙ୍କ କାନ୍ଧରେ ପ୍ରବଳ ଆଘାତ ହୋଇଛି । ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଗଲା । ସେହିପରି ଅନ୍ୟ ଆହତମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |