ଯାଜପୁର,୧୬ା୫:ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲଏଣ୍ଡଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି।ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ଚାପି ହୋଇଯାଇଥିଲେ ୩ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ମାନେ ଏକ କମ୍ପାନୀର ଶ୍ରମିକ। ସେମାନେ ବିହାର ଓ ତାମିଲନାଡୁ ରାଜ୍ୟର ବୋଲି ଜଣାପଡ଼ିଛି ।ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ୩ ଶ୍ରମିକଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତର ଯାଜପୁର ରେଫର କରିଦେଲେ। ମାତ୍ର ସେଠାରେ ଡାକ୍ତର ସମସ୍ତ ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ଏହି ଅଘଟଣରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |