ଭୁବନେଶ୍ୱର,୧୬।୫: ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇଛନ୍ତି। ଏହି କ୍ରମରେ ଗୁରୁବାର ଭାଜପାର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ରୋଡ ଶୋ’ କାର୍ଯ୍ୟକ୍ରମରେ ଯୋଗଦେବା ଦେଇଛନ୍ତି। ରାଜଧାନୀରେ ବିଶାଳ ରୋଡ ଶୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହି ରୋଡ ଶୋ’ ମାଧ୍ୟମରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି।ରୋଡ ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଜେ.ପି ନଡ୍ଡା। ଓଡ଼ିଶାର ଲୋକେ ମୋଦିଙ୍କୁ ଆଉ ଥରେ କେନ୍ଦ୍ରରେ ଦେଖିବାକୁ ଚାହୁଁଛନ୍ତି। ଓଡ଼ିଶାର ଲୋକେ ମଧ୍ୟ ଏକ ସକ୍ରିୟ ମୁଖ୍ୟମନ୍ତ୍ରୀ ଚାହାନ୍ତି। ଯେଉଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହ ଓଡ଼ିଆରେ କଥା ହୋଇପାରୁଥିବ। ଏହା ସହ ଓଡ଼ିଆ ଅସ୍ମିତା ସହ ଯୋଡ଼ି ହୋଇ ରହିଥିବ।ସେ ଆହୁରି କହିଛନ୍ତି, ଜଣେ ଅଫିସର ଓଡ଼ିଶାକୁ ଚଳାଉଥିବା ବେଳେ ନବୀନ ବାବୁ ସକ୍ରିୟ ନାହାନ୍ତି। ଏଥିପାଇଁ ଓଡ଼ିଶାବାସୀ ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ବିଜେପିକୁ କାମ ଦେବାକୁ ଚାହୁଁଛନ୍ତି। ବିଜେଡି ହାତରୁ ଗାଡ଼ି ପଳାଇଛି। ବିଜେଡି ବସ୍ ମିସ୍ କରିଛି। ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ ବୋଲି ନଡ୍ଡା କହିଛନ୍ତି।ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ନେଇ ବର୍ଷିଛନ୍ତି ନଡ୍ଡା। କହିଛନ୍ତି, କିଛି ଦିନର କଥା। ପରେ ସବୁ ହିସାବକିତାବ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |