ଦକ୍ଷିଣ-ପଶ୍ଚିମ ମୌସୁମୀ ୩୧ ମେ ସୁଦ୍ଧା କେରଳ ପହଞ୍ଚିବା ସମ୍ଭାବନା

ନୂଆଦିଲ୍ଲୀ ,୧୬।୫:  ତାତିରୁ ମିଳିବ ଆଶ୍ୱସ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ୩୧ ମେ ସୁଦ୍ଧା କେରଳ ପହଞ୍ଚିବା ସମ୍ଭାବନା ରହିଛି ବୋଲି   ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ୭ ଦିନ ସମୟ ଏପଟସେପଟ ମଧ୍ୟରେ ଜୁନ୍ ୧ରେ କେରଳରେ ପ୍ରବେଶ କରିଥାଏ। ଏହାପରେ ଏହା ଅଧିକ ବେଗରେ ଉତ୍ତର ଭାରତ ଆଡକୁ ଆଗକୁ ବଢେ। ଏହାସହ ଜୁଲାଇ ୧୫ ସୁଦ୍ଧା ସାରା ଦେଶରେ ପ୍ରବେଶ କରିଥାଏ।ଆଇଏମଡି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ବର୍ଷ ମୌସୁମୀ ବାୟୁ ୪ ଦିନ ସମୟ ଏପଟସେପଟ ମଧ୍ୟରେ ୩୧ ମେ ସୁଦ୍ଧା କେରଳରେ ପହଞ୍ଚିବା ଆଶା କରାଯାଉଛି। ଏହା ସାରା ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଅସହ୍ୟ ଗରମରେ ବ୍ୟତିବ୍ୟସ୍ତ ଉତ୍ତର ଭାରତ ମୌସୁମୀକୁ ଅପେକ୍ଷା କରି ରହିଛନ୍ତି।ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର କହିଛନ୍ତି, ଏହା ଶୀଘ୍ର ନୁହେଁ ମାତ୍ର ସାଧାରଣ ସମୟର ନିକଟବର୍ତ୍ତି ତାରିଖ। କାରଣ କେରଳରେ ମୌସୁମୀର ଆରମ୍ଭର ସାଧାରଣ ସମୟ ଜୁନ୍ ୧। ଗତ ମାସରେ ଆଇଏମଡି ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟରେ ସାମାନ୍ୟରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି। ଜୁନ୍ ଓ ଜୁଲାଇ କୃଷି ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୌସୁମୀ ବୋଲି କୁହାଯାଏ କାରଣ ଏହି ସମୟରେ ଖରିଫ ଫସଲ ଅଧିକାଂଶ ଚାଷ କରାଯାଏ।ଆଇଏମଡି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ବର୍ଷ ମୌସୁମୀ ବାୟୁ ୪ ଦିନ ସମୟ ଏପଟସେପଟ ମଧ୍ୟରେ ୩୧ ମେ ସୁଦ୍ଧା କେରଳରେ ପହଞ୍ଚିବା ଆଶା କରାଯାଉଛି। ଏହା ସାରା ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଅସହ୍ୟ ଗରମରେ ବ୍ୟତିବ୍ୟସ୍ତ ଉତ୍ତର ଭାରତ ମୌସୁମୀକୁ ଅପେକ୍ଷା କରି ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!