ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜରେ ଆରମ୍ଭ ହେବ ନୂଆ ପିଜି ପାଠ୍ୟକ୍ରମ

ଭୁବନେଶ୍ୱର ,୧୬।୫:  ରାଜ୍ୟର ମେଡିକାଲ କଲେଜରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ଏଥିସହିତ ପିଜି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏନେଇ ନ୍ୟାସନାଲ ମେଡିକାଲ ଆୟୋଗ (ଏନଏମସି)ର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମଏଆରବି) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିସହିତ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜମାନଙ୍କୁ ଚିଠି ପଠାଯାଇଥିବା ଜଣାପଡ଼ିଛି ।ରାଜ୍ୟରେ ଥିବା ମେଡିକାଲ କଲେଜମାନଙ୍କରେ ନୂଆ ପିଜି ପାଠ୍ୟକ୍ରମ ଖୋଲିବା ନେଇ ୧୦୫ଟି ଆବେଦନ ପତ୍ର ଓ ସିଟ୍ ବୃଦ୍ଧି କରିବା ପାଇଁ ୫୩ଟି ଆବେଦନ ପତ୍ର ଆସିଥିଲା । ଏଥିସହିତ ଆହୁରି ୨୫୪ଟି ଆବେଦନ ପତ୍ର ଅନଲାଇନ୍ ଜରିଆରେ ଏମଏଆରବି ନିକଟକୁ ପଠାଯାଇଥିଲା । ଏହି ସମସ୍ତ ଆବେଦନ ଉପରେ ବିଚାର କରି ଏମଏଆରବି ଶେଷରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ନୂଆ ପିଜି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!