+୯୨ରୁ ଆରମ୍ଭ ହୋଇଥିବା ବିଦେଶୀ ନମ୍ବରରୁ କଲ ଗ୍ରହଣ କରନ୍ତୁ ନାହିଁ

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ନମ୍ବର ହ୍ବାଟ୍ସଆପ କଲ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଇଛି ପୋଲିସ। +୯୨ ନମ୍ବରରୁ କଲ୍‌ ଆସିଲେ ନ ଉଠାଇବାକୁ ଲୋକଙ୍କୁ ଅପିଲ କରାଯାଇଛି। ସାଇବର ଅପରାଧୀ ମାନେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଛନ୍ତି।ମୋବାଇଲ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ତଥା ପୁଲିସ୍ ଏକ୍ସ-ହ୍ୟାଣ୍ଡେଲରେ ଏନେଇ ପରାମର୍ଶ ଦେଇଛି। ଠକେଇ ହେଉଥିବା ନେଇ ପୁଲିସ୍ ସତର୍କ ସୂଚନା ଜାରି କରିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!