ଭୁବନେଶ୍ୱର,୧୭।୫:ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଛି। ସେହିପରି ସାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଛି। ବିଜୟଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ପରେ ତାଙ୍କୁ ଦଳରୁ ବହିଷ୍କୃତ କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜାଣିବାକୁ ମିଳିଛି । ତେବେ ବିଜୟ ମହାପାତ୍ରଙ୍କ ସମେତ ସାରଦା ପ୍ରଧାନ ଏବଂ ରାକେଶ ମଲ୍ଲିକ ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି ।ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ମାହାଙ୍ଗାର ସାରଦା ପ୍ରଧାନ ଓ ସୋରର ରାକେଶ ମଲ୍ଲିକଙ୍କୁ ବିଜେପିରୁ ଟିକେଟ ନମିଳିବାରୁ ଉଭୟ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |