ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି।ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ନେଇ ସ୍ପଷ୍ଟୀକଣ ରଖିଛନ୍ତି ସମ୍ବିତ ପାତ୍ର। ଏମିତିକି ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ସୋଶୋଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି। ଏହାସହ ଏଭଳି ଭୁଲର ପଶ୍ଚାତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ କହିଛନ୍ତି।ସମ୍ବିତ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଛନ୍ତି, ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ବିଷୟରେ ମୁଁ କରିଥିବା ଭୁଲ ବିଷୟରେ ଆଜି ମୋର ବିବେକ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି। ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ପାଦତଳେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି। ମୋର ଭୁଲକୁ ସଂଶୋଧନ କରିବା ପାଇଁ ମୁଁ ଆଗାମୀ ୨ ଦିନ ଉପବାସ କରିବି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |