ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମପଦର ରେ ସନ୍ଥ ଭୀମଭୋଇ ଜୟନ୍ତୀ ପାଳିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ୨୩।୫:ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ସୌଭାଗ୍ୟ ବାବା ଏବଂ ରାମଦାସ ବାବା ଙ୍କ ସାନ୍ନିଧ୍ୟ ରେ ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମପଦର ରେ ସନ୍ଥ ଭୀମଭୋଇ ଜୟନ୍ତୀ ପାଳନ କରା ଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ, ଆଇନ୍ ପରାମର୍ଶଦାତା ଅରୁଣ ପ୍ରସନ୍ନ ନାୟକ ସମ୍ମାନିତ ଅତିଥି ଭାବେ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ ଓ ହିମାଂଶୁ ନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ। ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ସଭା ପରିଚାଳନା କରିଥିଲେ ଋଷି ଦାସ ବାବା। ଡମ୍ବରୁ ବାବା, ସୌଭାଗ୍ୟ ବାବା, ଗମ୍ଭୀରଦାସ ବାବା ଓ ଯଦୁମଣି ବାବା ମାର୍ଗଦର୍ଶନ କରିଥିଲେ। କାର୍ତ୍ତିକ ପୂଜାରୀ ସମେତ ଅନ୍ୟ ଭକ୍ତ ବୃନ୍ଦ ସମସ୍ତ ଆୟୋଜନ ର ତଦାରଖ କରିଥିଲେ। ଜାମପଦର ଆଶ୍ରମ ରେ ଦୁଇ ବର୍ଷ ହେଲା ଭୀମଭୋଇ ଜୟନ୍ତୀ ପାଳନ କରା ଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!