ପିପିଲି,୨୪।୩: ପୁରୀ ଜିଲା ପିପିଲିରେ ରାଜନୈତିକ ହିଂସା ଦେଖାଯାଇଛି। ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ସମିତିସଭ୍ୟଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା । ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମତେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।ଆଠଗଡ଼-ପିପିଲିରେ ହିଂସା । ଉଭୟ ଘଟଣାରେ ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ , ଆକ୍ରମଣ ଓ ପ୍ରତିଆକ୍ରମଣ । ୯ରୁ ଅଧିକ ଆହତ । ଆଠଗଡ଼-ପିପିଲିରେ ଟଙ୍କା ବାଣ୍ଟିବାକୁ ନେଇ ମୁହାଁମୁହିଁ ଓ ହାତାହାତି । ଆଠଗଡ଼ରେ ୫ରୁ ଅଧିକ ଆହତ । ସମସ୍ତ ଆହତ ଆଠଗଡ଼ ମେଡିକାଲରେ ଭର୍ତ୍ତି । ଜଣେ ନାବାଳକକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ।ସେହିପରି ପିପିଲି ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ। ୩ ଜଣ ଅଟକ ରହିଛନ୍ତି । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ହେଇଛି । ସମିତି ସଭ୍ୟଙ୍କ ସହ ଆଉ ୨ ସହଯୋଗୀଙ୍କୁ ରାତିରେ ପିଛା କରି ଆକ୍ରମଣ । ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଥିବା ସୂଚନା । ଅନ୍ୟ ଦୁଇ ଜଣଙ୍କ ମୁଣ୍ଡ, ହାତରେ ଆଘାତ ।ସରପଞ୍ଚ ଓ ତାଙ୍କ ବାପା ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ । ଜଣଙ୍କ ଘରକୁ ରାତିରେ ଟେକା ପଥର ମାଡ଼ରୁ ଗଣ୍ଡଗୋଳ ସୂଚନା । ବିଜେପି କର୍ମୀଙ୍କୁ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ୩ ଜଣ ଅଟକ ଥିବା ସୂଚନା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |