ନୂଆଦିଲ୍ଲୀ,୨୫।୫: ଚଳିତ ଲୋକସଭା ନିର୍ବାଚନରେ ସରିଥିବା ପାଞ୍ଚ ପର୍ଯ୍ୟାୟ ଭୋଟିଂରେ ମତଦାନର ପ୍ରକୃତ ସଂଖ୍ୟା ପ୍ରକାଶ କରିଛି ନିର୍ବାଚନ ଆୟୋଗ (EC)। ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଶେଷ ହୋଇଥିବା ସମସ୍ତ ପାଞ୍ଚଟି ପର୍ଯ୍ୟାୟରେ କେତେ ଭୋଟ୍ ଦିଆଯାଇଛି ତାହା ସାର୍ବଜନୀନ କରାଯାଇଛି।ଭୋଟିଂର 48 ଘଣ୍ଟା ମଧ୍ୟରେ ଭୋଟ୍ ତଥ୍ୟ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନର ଶୁଣାଣିକୁ ସୁପ୍ରିମେକୋର୍ଟ ସ୍ଥଗିତ ରଖିବାର ଗୋଟିଏ ଦିନ ପରେ ଏହି ତଥ୍ୟ ପ୍ରକାଶ କରିଛି ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ କହିଛି ଯେ, ଭୋଟ୍ ଗଣନାରେ କେହି ଟାମ୍ପରିଂ କରିପାରିବେ ନାହିଁ। ଖଣ୍ଡିଏ ଖଣ୍ଡିଏ ଭୋଟର ହିସାବ ରହିଛି। ଫର୍ମ 17C ମାଧ୍ୟମରେ ନିର୍ବାଚନ ଦିନ ସମସ୍ତ ପ୍ରାର୍ଥୀଙ୍କ ମତଦାନ ଏଜେଣ୍ଟମାନଙ୍କ ସହ ଶେଆର କରାଯାଇଥିବା ଭୋଟ୍ ସଂଖ୍ୟାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ।କେତେ ଭୋଟ୍ ପଡିଛି ଜାଣିବାକୁ ଚାହୁଁଥିଲେ, ଭୋଟର ଟର୍ନଆଉଟ୍ ଆପ୍ ଜରିଆରେ ପ୍ରାର୍ଥୀ ଏବଂ ନାଗରିକ ସମସ୍ତ ତଥ୍ୟ ଜାଣିପାରିବେ, ଯାହା 24 ଘଣ୍ଟା ଉପଲବ୍ଧ ବୋଲି ନିର୍ବାଚନ ଆୟୋଗ କହିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ ନୋଟରେ କୁହାଯାଇଛି ଯେ, ଭୋଟ୍ ତଥ୍ୟ ପ୍ରକାଶ କରିବା ପ୍ରକ୍ରିୟାରେ ସୁପ୍ରିମ କୋର୍ଟ ଦେଇଥିବା ମନ୍ତବ୍ୟକୁ ଆୟୋଗ ଗୁରୁତର ସହ ନେଇଛି। କୌଣସି ବିବାଦ ବିନା ଗଣତନ୍ତ୍ରର ସେବା କରିବା ଆୟୋଗର ବଡ଼ ଦାୟିତ୍ୱ। ତେଣୁ ମତଦାନ ତଥ୍ୟକୁ ସାର୍ବଜନୀନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |