ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୨୬।୫:-ପ୍ରକାଶ ପାଇଛି HSC ଦଶମ ପରୀକ୍ଷା ରେଜଲ୍ଟ । ଏଥିରେ ନବରଙ୍ଗପୁର ଜିଲ୍ଲାର ଟପ୍ପର ହୋଇଛନ୍ତି ଜିଲ୍ଲାର ନବରଙ୍ଗପୁର ର ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସମୀକ୍ଷା ରାଣୀ ମାଳି । ସେ ୯୪.୫% ପ୍ରତିଶତ ମାର୍କ ରଖି ଏହି ସଫଳତା ଅର୍ଜନ କରିଛନ୍ତି । ତେବେ ଏହି ସଫଳତାକୁ ନେଇ ତାଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି । ତ୍ରିପତି ମାଳି ଓ ସାବିତ୍ରୀ ମାଳି ଙ୍କ ଝିଅ ସମୀକ୍ଷା ରାଣୀ ମାଳି ଜିଲ୍ଲାର ରାଜା ଚୈତନ୍ୟ ଦେବ୍ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଜିଲ୍ଲାର ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ ମାର୍କ ରଖି A 1 ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତାକୁ ନେଇ ସମୀକ୍ଷା ପ୍ରତିକ୍ରିୟା ରଖିଛନ୍ତି । ସେଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିବା କହିଛନ୍ତି । ତେବେ ଏହି ସଫଳତାର ସେ ନିଜ ପରିବାର ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି ସମୀକ୍ଷା । ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ଲୋକ ଙ୍କୁ ସେବା ଯୋଗାଈବାର ଲକ୍ଷ୍ୟ ରଖିଛନ୍ତି ସମୀକ୍ଷା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |