ଆଜି ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର, ୩୦।୫:ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର।  ଆସନ୍ତା ଶନିବାର ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏହି ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଲୋକସଭା ସିଟ୍‌ ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଏଥିନିମନ୍ତେ ଆଜି ଅପରାହ୍ନରେ ସରୁଛି ପ୍ରଚାର । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବାଲେଶ୍ୱରର ସିମୁଳିଆରେ ରାହୁଲଙ୍କ ନିର୍ବାଚନୀ ସଭା ରହିଛି। ଏଥିପାଇଁ ଉତ୍ସାହିତ ଅଛି କଂଗ୍ରେସ କ୍ୟାମ୍ପ ।ଗତକାଲି ଭଦ୍ରକ ଓ ବାଲେଶ୍ୱରରେ ବିଶାଳ ରାଲି କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗଣତନ୍ତ୍ରକୁ ରକ୍ଷା କରିବାକୁ ହେଲେ କଂଗ୍ରେସ ହାତମୁଠାକୁ ଟାଣ କରିବାକୁ ଖଡଗେ ଆହ୍ବାନ ଦେଇଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!