ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କବାଦୀଙ୍କ ନଜର

ନୂଆଦିଲ୍ଲୀ,,୩୦ା୫: ଜୁନ୍ ୧ ତାରିଖରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ତେବେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଏହି ମ୍ୟାଚକୁ ନେଇ ଆସିଛି ବଡ଼ ଖବର । ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କୀ ଆକ୍ରମଣ ହେବାର ଆଶଙ୍କା ଦେଖା ଦେଇଛି । ନ୍ୟୁୟର୍କର ଲଙ୍ଗ ଆଇଲାଣ୍ଡେରେ ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ISIS ତରଫରୁ ମିଳିଛି ଧମକ । ତେଣୁ ମ୍ୟାଚ ପାଇଁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି ।ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବାବେଳେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଆତଙ୍କବାଦୀ ନଜର ରହିଛି। ନ୍ୟୁୟର୍କରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଧମକ ଦେଇଛି ଆତଙ୍କୀ ସଂଗଠନ ଇସଲାମିକ୍‌‌ ଷ୍ଟେଟ୍‌‌। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସୁରକ୍ଷା ବଢାଇବାକୁ ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇସିସି ମଧ୍ୟ କହିଛି ସୁରକ୍ଷା ହେଉଛି ଆମର ପ୍ରଥମ ପ୍ରାଥମିକତା ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯାଇପାରିବ ନାହିଁ। ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଜୁନ୍‌‌ ୯ରେ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ନେଇ ଆଇଏସ୍‌‌ ଧମକ ଦେଇଛି। ଧମକ ପରେ ସୁରକ୍ଷା ବ୍ୟବସ୍ଥା ପୁନଃ ଯାଞ୍ଚ କରାଯାଉଛି। ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ନାହିଁ। କିନ୍ତୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!