ନୂଆଦିଲ୍ଲୀ,୩୧।୫:ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ବ୍ରିଟେନରୁ ୧୦୦ ଟନ୍ରୁ ଅଧିକ ସୁନା ଦେଶକୁ ଅଣାଯାଇଛି। ୧୯୯୧ରେ ଦିଆଯାଇଥିବା ଏହି ସୁନା ପ୍ରଥମ ଥର ପାଇଁ ଆରବିଆଇର ଷ୍ଟକ୍ରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ପାଇଁ ଏକ ବଡ଼ ସଫଳତା। ଇଂଲଣ୍ଡରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)। ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବେ ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି। ଆରବିଆଇ ଅଧିକାରୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ସମାନ ପରିମାଣର ସୁନା ଭାରତକୁ ଫେରାଇ ଅଣାଯିବ। ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |