ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ୪ଟି ବସ୍‌ରେ ଲାଗିଗଲା ନିଆଁ

ଭୁବନେଶ୍ୱର,୧।୬: ୪ଟି ବସ୍‌ରେ ଲାଗିଲା ନିଆଁ । ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ଟି ବସ୍‌ରେ ନିଆଁ ଲାଗିଯାଇଥିଲା ।ରାୟଗଡ଼ା ଜିଲ୍ଲା ବିଷମକଟକ ବସ୍ ଷ୍ଟାଣ୍ଡରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଜଳି ଯାଇଛି ଚାରୋଟି ବସ୍। ବସ୍‌ରେ କେମିତି ନିଆଁ ଲାଗିଲା, ତାହା ଏ ଯାଏ ସ୍ପଷ୍ଟ ହୋଇନି। ତେବେ ବସ୍‌ଗୁଡ଼ିକ ଜଣେ ମାଲିକଙ୍କର ବୋଲି ଜଣାପଡ଼ିଛି।ବସ୍ ଷ୍ଟାଣ୍ଡରେ ପାଖାପାଖି ଛିଡ଼ା ହୋଇଥିଲେ ୫ଟି ବସ୍‌। ଆଗପଛ ହୋଇ ଚାରୋଟି ଯାକ ବସ୍ ଜଳି ଯାଇଛି। ବସ୍‌ଗୁଡ଼ିକରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ମଝିରେ ଥିବା ଦୁଇଟି ବସ୍ ପୂରା ନିଆଁ କବଳରେ ଥିଲେ। ବାକି ଦୁଇଟି ବସ୍‌ର ଗୋଟିଏ ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ସାରିଥିଲା।୪ଟି ବସ୍‌ରେ ନିଆଁ ଲାଗିଥିବା ବେଳେ ଆଉ ଗୋଟିଏ ବସ୍‌କୁ ସୁରକ୍ଷିତ ଭାବେ ସେଠାରୁ ବାହାରି କରି ଦିଆଯାଇଥିଲା। ତେବେ ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!