ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ରେ ଭୋଟ୍ ଗଣତି

ନୂଆଦିଲ୍ଲୀ,୨।୬: ଆଜି ଦୁଇଟି ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇସାରିଛି । ସିକ୍କିମ ଓ ଅରୁଣାଚଳ ପ୍ରଦେଶର ବିଧାନସାଭା ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି । ଆଗାମୀ ଲୋକସଭା ନିର୍ବାଚନ ରେଜଲ୍ଟ ଆସିବା ଆଗରୁ ଏହି ଦୁଇଟି ରାଜ୍ୟ ଉପରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ ରହିଛି ।ଅରୁଣାଚଳ ପ୍ରଦେଶ ୬୦ ବିଧାନସଭଆ ଆସନରୁ ବିଜେପି ଦମଦାର ଭାବରେ ୧୦ ସିଟିରେ ବିଜୟ ଲାଭ କରିଛି । ସକାଳ ୭ଟା ୩୦ ସୁଦ୍ଧା ଦୁଇଟି ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ୍ ଗଣତି ପକ୍ରିୟା ଜାରି ରହିଥିଲା । ଆହୁରି ୫୦ ବିଧାନସଭା ସିଟର ଗଣତି ଚାଲୁରହିଛି । ସିକ୍କିମରେ ମଧ୍ୟ ୩୨ଟି ଆସନରେ ଭୋଟ ଗଣତି ଚାଲୁ ରହିଛି । ଏହା ଭିତରେ ଏହି ସବୁ ଆସନଗୁଡିକ ଲାଗି ବିଜେପି ଓ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳୁଛି ।ସିକ୍କିମର ଭୋଟ୍ ଗଣତି ଆରମ୍ଭରୁ ସେଠାକାର ଆଞ୍ଚଳିକ ଦଳ ଏସକେଏମ ତିନୋଟି ସିଟ ଆଗରେ ରହିଥିବା ବେଳେ ଅନ୍ୟ ଦଳ ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି । ଅରୁଣାଚଳ ପ୍ରଦେଶରେ ଗଣତି ଆରମ୍ଭରୁ ବିଜେପି ଆଠଟି ସିଟ ଆଗୁଆ ଥିବା ବେଳେ ସେଠାକାର ଆଞ୍ଚଳିକ ଦଳ ଏନପିଇପି ଦଳ ଗୋଟିଏ ଆସନରେ ଆଗରେ ରହିଥିବାର ଜଣାଯାଇଛି । ଆଗକୁ ଭୋଟଗଣତି ପକ୍ରିୟାରେ କେଉଁ ଦଳ ଆଗୁଆ ରହିବ ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!