ଭୁବନେଶ୍ୱର,୪।୬: କୋରେଇ ବିଧାନସଭା ଆସନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି । ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ଆସନ ଅଧିକାର କରିଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ । କୋରେଇରେ ଆକାଶଙ୍କ ବିଜୟ ପରେ ବିଜେଡିକୁ ଏକ ଶକ୍ତ ଝଟକା ଲାଗିଛି । ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଆକାଶଙ୍କୁ କୋରେଇ ଆସନରୁ ଟିକେଟ ଦେଇଥିଲା ବିଜେପି । ଆକାଶ ମଧ୍ୟ ଏହି ଆଶା ଭରସାକୁ ଠିକ ବୋଲି ସାବ୍ୟସ୍ତ କରିଛନ୍ତି । ବିଜେଡିର ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ପରାସ୍ତ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |