ନୂଆଦିଲ୍ଲୀ ,,୪।୬: ମହାରାଷ୍ଟ୍ରର ନାଶିକ୍ ଜିଲାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏହାର ୨ଜଣ ପାଇଲଟ ବାହାରକୁ ଚାଲି ଆସିଥିଲେ। ବିମାଟି ଦୁର୍ଘଟଣାଗ୍ରସ୍ତ ହୋଇ ଗୋଟିଏ ବିଲରେ ପଡ଼ିଥିଲା ଏବଂ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନ ନିଶାଦ ଅଞ୍ଚଳରେ ଥିବା ଶିରସାଗାଓଁରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢୁଆ ବିମାନ ନବୀକରଣ ଏବଂ ତାଲିମ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍)କୁ ପଠାଯାଇଥିଲା। ଏହି ଲଢୁଆ ବିମାନରେ ୨ଜଣ ପାଇଲଟ ପ୍ରଶିକ୍ଷଣ ନେଉଥିଲେ। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଏହି ବିମାନ ଚଳାଉଥିବା ୨ଜଣ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |