ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

ଭୁବନେଶ୍ୱର,୯।୬:ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭି.କେ ପାଣ୍ଡିଆନ୍‌।  ୨୪ ବର୍ଷ ଶାସନ ପରେ ନବୀନ ପଟ୍ଟନାୟକଙ୍କ ପରାଜୟ ପାଇଁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଓଡ଼ିଶାବାସୀ । ତେବେ ଏସବୁ ଆଲୋଚନା ଭିତରେ ଫଳାଫଳ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡିଆନ୍ । ପ୍ରଥମ ରେ ହିଁ ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଏକ ଭିଡିଓ ଜାରି କରି ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ହାତ ଯୋଡ଼ି ସେ ବିଜୁ ପରିବାର ଏବଂ କର୍ମୀମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ।ଆଜି ସୋଶାଲ୍‌ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ଏଥିସହ ହାତ ଯୋଡ଼ି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ୍‌ ମାଗିଛନ୍ତି ଭିକେ ପାଣ୍ଡିଆନ୍‌।ଭିଡିଓ ବାର୍ତ୍ତା ଜାରି କରି ଭି.କେ ପାଣ୍ଡିଆନ୍‌ କହିଛନ୍ତି, ମୁଁ ଗୋଟିଏ ଛୋଟିଆ ଗାଁର ଏକ ବିନମ୍ର ପରିବାରରୁ ଆସିଛି। ଆଇଏଏସ୍‌ ଅଫିସର ହୋଇ ଲୋକଙ୍କ ପାଇଁ ସେବା କରିବାକୁ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇଛି। ମୋ ପରିବାର କେନ୍ଦ୍ରପଡ଼ାର ହୋଇଥିବାରୁ ମୁଁ ଓଡ଼ିଶା ଆସିବାକୁ ସୁଯୋଗ ପାଇଥିଲି।ଏ ମାଟିରେ ପାଦ ଦେବା ଠାରୁ ଓଡ଼ିଶାବାସୀଙ୍କଠାରୁ ଭଲ ପାଇବା ଓ ସ୍ନେହ ପାଇଛି। ଧର୍ମଗଡ଼ରୁ ଆରମ୍ଭ କରି ରାଉରକେଲା,ମୟୂରଭଞ୍ଜ, ଗଞ୍ଜାମ ଯାଏ ମୁଁ ଲୋକମାନଙ୍କ ପାଇଁ ବହୁ ପରିଶ୍ରମ ସହ କାମ  କରିବାକୁ ଚେଷ୍ଟା କରିଛି। ୧୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗଦେଇଥିଲି। ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବା ମୋ ପାଇଁ ସମ୍ମାନର ବିଷୟ ଥିଲା।ଜୀବନରେ ତାଙ୍କଠାରୁ ବହୁ ଶିଖିଛି। ନେତୃତ୍ୱ, ନୀତି ଓ ଏହାଛଡ଼ା ଓଡ଼ଶା ଲୋକଙ୍କ ପ୍ରତି ତାଙ୍କର ଭଲପାଇବା ମୋତେ ପ୍ରଭାବିତ କରିଥିଲା। ଓଡ଼ିଶା ପାଇଁ ତାଙ୍କର ଥିବା ଦୂରଦୃଷ୍ଟି ଲାଗୁ କରିବା ହିଁ ସେ ମୋ ଠାରୁ ଆଶା ରଖିଥିଲେ। ସେ ସଫଳତାର ବହୁ କୀର୍ତ୍ତିମାନ ଅତିକ୍ରମ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ଦ୍ରାରିଦ୍ର୍ୟ ଦୂରୀକରଣ, କ୍ରୀଡ଼ା, ପୁଞ୍ଜିନିବେଶ, ନାରୀ ସଶକ୍ତିକରଣ, ଭିତ୍ତିଭୂମିର ବିକାଶ ଓ ମନ୍ଦିର ଐତିହ୍ୟର ବିକାଶ ହୋଇଛି ବୋଲି ପାଣ୍ଡିଆନ୍‌ କହିଛନ୍ତି।ନଭେମ୍ବର ୨୭ ତାରିଖରେ ବିଜୁ ଜନତା ଦଳରେ ବିଦିବଦ୍ଧ ଭାବରେ ସେ ସାମିଲ ହୋଇଥିବା ବେଳେ ଜୁନ୍ ୯ ତାରିଖରେ ସେ ରାଜନୀତିରୁ ବିଦାୟ ନେଇଛନ୍ତି । ଦଳରେ ପାଇଭ-ଟି ଅଧ୍ୟକ୍ଷ ପଦବୀ ସହ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମଧ୍ୟ ମିଳିଥିଲା । ପୂର୍ବରୁ ସରକାରୀ ଚାକିରି ଛାଡ଼ିଥିବା ବେଳେ ଏବେ ରାଜନୀତିରୁ ମଧ୍ୟ ବିଦାୟ ନେଇଛନ୍ତି । ତେଣୁ ଆଗକୁ ସେ କ’ଣ କରିବେ, ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୩ ମସିହା ଅକ୍ଟୋବରରେ ଆଇଏଏସ ଚାକିରିରୁ ସେ ଅବସର ନେଇଥିଲେ ।ରାଜନୀତି ଯାତ୍ରାରେ ଯଦି ମୁଁ କାହାକୁ କଷ୍ଟ ଦେଇଛି, ତା’ହେଲେ ମୁଁ ଦୁଃଖିତ। ମୋ ବିରୋଧରେ ହେଉଥିବା ପ୍ରଚାର ଯୋଗୁ ଯଦି ବିଜୁ ଜନତା ଦଳ କ୍ଷତି ସହିଛି, ସେଥିପାଇଁ ମଧ୍ୟ ଆଇ ଆମ ସରି। ମୁଁ ହାତ ଯୋଡ଼ି ପୂରା ବିଜୁ ପରିବାରକୁ କ୍ଷମା ମାଗୁଛି। ମୋ ସହ ଜଡ଼ିତ ହୋଇ କାମ କରିଥିବା ଲକ୍ଷାଧିକ ବିଜୁ ପରିବାର କର୍ମୀମାନଙ୍କୁ କୃତଜ୍ଞତା ଜଣାଉଛି। ସବୁବେଳେ ଓଡ଼ିଶା ମୋ ହୃଦୟରେ ରହିବ। ଜୟ ଜଗନ୍ନାଥ।”

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!