ନୂଆଦିଲ୍ଲ,୧୦ା୬: ରବିବାର ଦିନ ଜାମ୍ମୁ କାଶ୍ମୀରର ରିଆସିି ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଗୁଳି ବିନିମୟରେ ବସ୍ ଖାଲରେ ଖସିପଡିଥିଲା , ଯେଉଁଥିରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।ସୂଚନା ମୁତାବକ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । ସେପଟେ ଆତଙ୍କବାଦୀ ଆକ୍ରମଣର ଠିକ୍ ପୂର୍ବରୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ରିଆସୀ ଜିଲ୍ଲାର ତେରଥାୟ ଗାଁରେ ପହଞ୍ଚି ପୋଲିସ ସେନା ମିଳିତ କମ୍ବିଂଅପରେସନ ଚଳାଇଛନ୍ତି। ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟାରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଛନ୍ତି ନାରକୀୟ କାଣ୍ଡ ।ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଅନ୍ଧାଧୂନ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଛି । ମୃତାହତମାନେ ସମସ୍ତେ ତୀର୍ଥଯାତ୍ରୀ ଥିଲେ । ସେମାନଙ୍କ ପରିଚୟ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।ସ୍ଥାନୀୟ ଏସଏସପି ମୋହିତା ଶର୍ମାଙ୍କ ପ୍ରତିକ୍ରିୟା ଅନୁସାରେ, ଏହି ୫୩ ସିଟ ବିଶିଷ୍ଟ ବସଟି ତୀର୍ଥଯାତ୍ରୀଙ୍କୁ ନେଇ ଶିବ ଖୋରୀ ମନ୍ଦିରରୁ କାତ୍ରା ଅଭିମୁଖେ ବାହାରିଥିଲା ।ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସ୍ରେ କଟ୍ରା ଫେରୁଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍ ସମୟରେ ପୋନି ଅଞ୍ଚଳରେ ବସ୍ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ମାଡ଼ ପରେ ବସ୍ ଚାଳକ ଭୟଭୀତ ହୋଇପଡ଼ିଥିଲେ। ବସ୍ ସନ୍ତୁଳନ ହରାଇ ଘାଟିରେ ଖସି ପଡ଼ିଥିଲା। ଖବର ପାଇ ପୁଲିସ୍ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |