ଭୁବନେଶ୍ୱର,୧୧।୬: ଜୁନ୍ ୩୦ ଯାଏଁ ଛୁଟି ନେଇ ପାରିବେନି ସରକାରୀ କର୍ମଚାରୀ। ଛୁଟି ଦିନରେ ବି ଜାରି ରହିବ କାର୍ଯ୍ୟ। ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି।ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ। ତେଣୁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଏଥିସହ ଅଧିକାରୀମାନଙ୍କୁ ହେଡ୍କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଯାଇଛି।କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ମିଳିବ ବୋଲି ଉଲ୍ଲେଖ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |