NEET-UGରେ ଅନିୟମିତତା ପ୍ରସଙ୍ଗ; ପରୀକ୍ଷା ରଦ୍ଦ ପାଇଁ ସୁପ୍ରିମକୋର୍ଟରେ PIL

ନୂଆଦିଲ୍ଲୀ,,୧୧।୬:ଜୁନ ୪ ତାରିଖ ଦିନ NEET ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜନୈତିକ ବିତର୍କ ତୀବ୍ର ହୋଇଛି। ତେବେ NEET-UG ୨୦୨୪କୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଛି।ମେ ୫ରେ ଅନୁଷ୍ଠିତ ହୋଇଥିବା NEETରେ ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ପାଇଁ ଏକ ଆବେଦନ କରାଯାଇଛି । ଏଥିସହ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସେଲିଂ ନ କରିବା ପାଇଁ ଦାବି କରାଯାଇଛି।ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପରୀକ୍ଷା ରଦ୍ଦ ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ଏହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ନୋଟିସ ମଧ୍ୟ ଜାରି କରିଛନ୍ତି ସୁପ୍ରିମକୋର୍ଟ।ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ଛାତ୍ରଛାତ୍ରୀଙ୍କୁ ଝଟ୍‌କା ଦେଇଛି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ୍‌ ଅହସାନୁଦ୍ଦୀନ ଅମାନୁଲ୍ଲାହଙ୍କ ଅବକାଶକାଳୀନ ଖଣ୍ଡପୀଠ ଏମବିବିଏସ୍‌, ବିଡିଏସ ଓ ଅନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ସେହିପରି ପରୀକ୍ଷର ରଦ୍ଦ କରିବାକୁ ମଧ୍ୟ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏନଟିଏକୁ ନୋଟିସ ଜାରି କରି ଏ ବାବଦରେ ଜବାବ ଦେବାକୁ ନିର୍ଦେଶ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!