ନୂଆଦିଲ୍ଲୀ,୧୨ା୬:ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜୁନ୍ ୩୦ରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଉପେନ୍ଦ୍ର ଦ୍ୱିବେଦୀ। ପରମ ବିଶିଷ୍ଠ ସେବା ପଦକ ଏବଂ ଅତି ବିଶେଷ ସେବା ପଦକରେ ସମ୍ମାନିତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଜେନେରାଲ ମନୋଜ ପାଣ୍ଡେ ଅବସର ନେବା ପରେ ଜୁନ ୩୦ ଅପରାହ୍ନରେ ସେ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ୧୯୬୪ମସିହା ଜୁଲାଇ ୧ରେ ଜନ୍ମଗ୍ରହଣ କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ୧୯୮୪ମସିହା ଡିସେମ୍ବର ୧୫ ତାରିଖରେ ଭାରତୀୟ ସେନାର ଏକ ପଦାତିକ ରେଜିମେଣ୍ଟ ଜମ୍ମୁ-କଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |