ପୁରୀ,୧୯ା୬:ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ । ନୀତି ବିଳମ୍ବ ଯୋଗୁଁ ହୋଇନାହିଁ ମଙ୍ଗଳ ଆଳତି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିବା ସୂଚନା ।ସେବକଙ୍କ ମଧ୍ୟରେ ବିବାଦରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଘଟିଛି ଅହେତୁକ ବିଳମ୍ବ। ଗତକାଲି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଥିଲା। ମାତ୍ର ଏଥିରେ ବ୍ୟତିକ୍ରମ ଘଟିଛି। ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁଁ ଆଜି ସକାଳେ ହେବାକୁ ଥିବା ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇ ପାରିନି। ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।ଗତକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଏହି ବିବାହ ମହୋତ୍ସବ ନିମନ୍ତେ ମା’ ଲକ୍ଷ୍ମୀ ଠାକୁରାଣୀ ଦେବୀ ରୁକ୍ମିଣୀ ସାଜିଥାନ୍ତେ । ଶ୍ରୀମଦନମୋହନ ସାଜିଥାନ୍ତେ ଶ୍ରୀକୃଷ୍ଣ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହୋଇଥାନ୍ତା। ମାତ୍ର ସେବକଙ୍କ ମଧ୍ୟରେ ବିବାଦ ହେତୁ ଏହି ନୀତି ସମାପନରେ ବିଳମ୍ବ ହୋଇଛି। ଫଳରେ ଆଜି ଦ୍ୱାଦଶୀରେ ନୀତିକାନ୍ତିରେ ବିଳମ୍ବ ହେଉଛି।ବ୍ରାହ୍ମ ମୁହୂର୍ତ୍ତରେ ହେବାକୁ ଥିବା ମଙ୍ଗଳଆଳତି ନୀତି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମଧ୍ୟ ସମାପନ ହୋଇ ପାରିନି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସେପଟେ ରଥଯାତ୍ରା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ସ୍ୱତନ୍ତ୍ର ପରିଚାଳନା କମିଟି ବୈଠକରେ ୧୯୭୧ ମସିହାରେ କିଭଳି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ଏବଂ ଚଳିତବର୍ଷ କିଭଳି ନୀତି ସମ୍ପନ୍ନ ହେଲେ ରଥଯାତ୍ରା ଦିନ ରଥଟଣା ଯାଇପାରିବ, ସେହି ପ୍ରସଙ୍ଗରେ ଆଲୋଚନା ହେବ। ତେବେ ଶ୍ରୀମନ୍ଦିରରେ ଦେଖାଦେଇଥିବା ବିଭ୍ରାଟ ସମ୍ପର୍କରେ କିଛି ଆଲୋଚନା ହେବ ବି ନାହିଁ ସେ ନେଇ କିଛି ସଠିକ୍ ସୂଚନା ମିଳି ପାରିନି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |