ଇଣ୍ଡିଆନ ରେଲୱେରେ ସୃଷ୍ଟି ହେଲା ୧୩ ହଜାର ନୂଆ ଟ୍ରେନ୍ ଡ୍ରାଇଭର ପଦ

ନୂଆଦିଲ୍ଲୀ,୧୯ା୬: ଭାରତୀୟ ରେଳବାଇରେ ୧୩ ହଜାରରୁ ଅଧିକ ଆସିଷ୍ଟାଣ୍ଟ ଲୋକୋପାଇଲଟ୍ (ଟ୍ରେନ ଡ୍ରାଇଭର) ପଦ ସୃଷ୍ଟି କରାଯାଇଛି । ବର୍ତ୍ତମାନ ରେଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରୁ କାର୍ଯ୍ୟ ଭାର ହ୍ରାସ ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ନିକଟରେ ପଶ୍ଚିମବଙ୍ଗରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିଲା । କାଞ୍ଚନଜଙ୍ଗ ଏକ୍ସପ୍ରେସକୁ ଏକ ମାଲବାନୀ ଟ୍ରେନ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିଲା । ତେବେ ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା ପରେ ଏହି ନୂଆ ପଦ ସୃଷ୍ଟି ନେଇ ନିଷ୍ପତ୍ତି ନିଆଯାଇଛି ।ଏନେଇ ସମସ୍ତ ଜୋନାଲ ରେଲୱେର ଜେନେରାଲ ମ୍ୟାନେଜରଙ୍କ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉକ୍ତ ସୂଚନା ମୁତାବକ, ୧୮,୭୯୯ ଆସିଷ୍ଟାଣ୍ଟ ଲୋକେ ପାଇଲଟ (ଏଏଲପି) ପଦ ପାଇଁ ରେଲୱେ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି । ଗତ ଜାନୁଆରୀ ମାସରେ ବିଜ୍ଞପ୍ତି ଜାରି ହୋଇଥିବା ୫୬୯୬ ଏଲପି ପଦ ସଂଖ୍ୟା ଠାରୁ ଏହା ପାଖାପାଖି ୩.୩ ଗୁଣ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!