ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨୪ା୬:ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡାବୁଗାଁ ମୈଦଲପୁର ମୁଖ୍ୟ ରାସ୍ତା ମରାମତି ପାଇଁ ଖୋଳି ସମ୍ପୂର୍ଣ ନଷ୍ଟକରି ଦେଇଛନ୍ତି ।କାର୍ଯ୍ୟ ସରିବା ଅବଧି ସାରିଲାଣି କିନ୍ତୁ ସରୁ ନାଇଁ ରାସ୍ତା କାମ, ଆଗକୁ ରାତଯାତ୍ରା ଠିକାଦାରର ଅବହେଳା ଯୋଗୁଁ କେବଳ ମାଟି ଏବଂ ଗୋଡ଼ି ପକାଇ ଛାଡ଼ି ଦେଇଛନ୍ତି। ଭଲରେ ମରାମତି କରାଯାଇ ନ ଥିବାରୁ ଲୋକେ ଯାତାୟାତ ପାଇଁ ବହୁ ହଇରାଣ ହେଉଛନ୍ତି। ଇତିମଧ୍ଯରେ ଉକ୍ତ ରାସ୍ତା ମରାମତି ସମୟରେ କିଛି ସ୍ଥାନରେ ପାଇପ ଫାଟି ପାଣି ଲିକ୍ ହେଉଥିବା ମଧ୍ୟ ଦେଖୁବାକୁ ମିଳୁଛି। ତେବେ ରଥଯାତ୍ରା ପୂର୍ବରୁ ରାସ୍ତା ପୂର୍ବଭଳି ଭାରିଯାନ ଚଳାଚଳ ଉପଯୋଗୀ କରିବାକୁ ଠିକାଦାରକୁ କହିବା ପାଇଁ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଡାବୁଗାଁ ବିଡ଼ିଓ ଓ କମେଟି ଆଲୋଚନା କରିଥିଲେ । ହେଲେ ଏବେ ରଥଯାତ୍ରା ପହଁଚିଲାଣି କିନ୍ତୁ ରାସ୍ତା ମରାମତି ହୋଇନାହିଁ। ଅନ୍ୟପକ୍ଷରେ ଆସନ୍ତା ୭ ତାରିଖରେ ହେବାକୁ ଥିବା ରଥଯାତ୍ରାରେ କାଠରେ ନିର୍ମିତ ୩୦ଟନ୍ ଓଜନ ବିଶିଷ୍ଟ ରଥ ଗଡ଼ିବ। ରାସ୍ତାକଡ଼ରେ ଖାଲି ମାଟି ପକାଇ ଦିଆ ଯାଇଥିବାରୁ ରଥଚକ ଦବିଯିବା ସମ୍ଭାବନା ରହିଛି। ଏଥିସହ ରଥଟଣା ବେଳେ ବର୍ଷାଦିନ ହୋଇଥିବାରୁ ଉକ୍ତ ସ୍ଥାନରେ କାହାର ଗୋଡ଼ ଫସିଯିବା ସହ ରଥ ମାଡ଼ିଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ରଥଯାତ୍ରା ପୂର୍ବରୁ ତୁରନ୍ତ ରାସ୍ତା ଠିକ୍ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଆଇନ ଶୃଙ୍ଖଳା ଦିଗ ପ୍ରତି ଦୃଷ୍ଟିଦେଇ ପୋଲିସ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ଥିବା ଆଲୋଚନା ହେଉଛି। ଏଵଂ କାର୍ଯ୍ୟ କିଭଳି ରଥଯାତ୍ରା ପୂର୍ବରୁ ହେବ ଏଥିପ୍ରତି ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଦୃଷ୍ଟି ଦେବ ଆବଶ୍ୟକ ଅଛି । ଦୁଃଖର ବିଷୟ ରାସ୍ତା ତିଆରି ଅବଧି ସରିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଠିକାଦାରର ଅପାରଗତା ଯୋଗୁଁ ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |