ନୂଆଦିଲ୍ଲୀ, ୨୫।୬: କଙ୍ଗାରୁ ଦଳକୁ ହରାଇ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ସୁପର-୮ର ଶେଷ ମ୍ୟାଚ୍ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ହରାଇବା ସହିତ କ୍ରମାଗତ ତୃତୀୟ ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି ।୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ୍ ସେମି ଫାଇନାଲରେ ଟିମ ଇଣ୍ଡିଆ। ବିଶ୍ବକପ ଫାଇନାଲର ପରାଜୟର ପ୍ରତିଶୋଧ ସ୍ବରୂପ ସୁପର-୮ର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇଲା ଭାରତ। ସେମି-ଫାଇନାଲରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବେ। ଆସନ୍ତା ୨୭ ତାରିଖରେ ଏହି ମ୍ୟାଚ ଖେଳାଯିବ।ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଧୂଆଁଧାର ୯୨ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ସୂର୍ଯ୍ୟକୁମାର ୩୧ ରନର ବିସ୍ଫୋରକ ଇନିଂସ କରିଥିଲେ। ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭେସ୍ ହେଡ୍ ୭୬ ରନ କରିଥିବା ବେଳେ ମିଚେଲ ମାର୍ଶ ୩୭ ରନ କରିଥିଲେ।ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ। ୨୦୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆକୁ ୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଓ୍ଵାର୍ଣ୍ଣର ଅର୍ଶଦୀପଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଟ୍ରାଭିସ୍ ହେଡ୍ ଓ ମିଚେଲ୍ ମାର୍ଶ ଭାରତୀୟ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ।ମାର୍ଶଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୦ ରନ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ କରିପାରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩୭ ରନ ଦେଇ ୩ ଟି ୱିକେଟ ନେିଥିବା ବେଳେ କୁଲଦୀପ ଯାଦବ ୪ ଓଭରରେ ୨୪ ରନ ଦେଇ ୨ ଟି ୱିକେଟ ନେଇଥିଲେ। ସେପଟେ ସୁପର-୮ ଗ୍ରୁପ-୧ ଅନ୍ୟ ଏକ ମ୍ୟାଚରେ ଆଜି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚରେ ଯଦି ଆଫଗାନିସ୍ତାନ ବିଜୟୀ ହୁଏ ତେବେ ସେମିଫାଇନାଲରେ ପହଞ୍ଚିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |