ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ,୫।୭:ସ୍ଥଗିତ ରହିଥିବା ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ନେସ୍‌ନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌ ଇନ୍‌ ମେଡିକାଲ୍‌ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ଟିନ୍‌ ପିଜିର ଏହି ନୂଆ ପରୀକ୍ଷା ତାରିଖ ଘୋଷଣା କରିଛି।  ପରୀକ୍ଷା ୨ଟି ସିଫ୍‌ଟରେ ହେବ। NEET-PG  ପରୀକ୍ଷା ପାଇଁ ନୂଆ ତାରିଖ। ଆସନ୍ତା ଅଗଷ୍ଟ ୧୧ ତାରିଖରେ ହେବ NEET-PG । ଏନେଇ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନ୍ସ ବା NBEMS ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନିଟ୍ ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ନିଟ ପରୀକ୍ଷା ଲାଗି ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମାର କଟ୍ ଅଫ୍ ଡେଟ୍ ରହିଛି ଅଗଷ୍ଟ ୧୫ ତାରିଖ।ପୂର୍ବରୁ ଗତ ଜୁନ ୨୩ରେ ନିଟ୍ ପିଜି ହେବାର ଥିଲା । ହେଲେ ପରୀକ୍ଷାରେ ଅନିୟମିତତା ଆଶଙ୍କା କରି ଦିନକ ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ। ଗତ କିଛି ଦିନ ମଧ୍ୟରେ ହୋଇଥିବା ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିଲେ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!