ପାଟନା, ୫।୭: ଗତ ଦୁଇ ସପ୍ତାହ ମଧ୍ୟରେ ବିହାରରେ ୧୨ ଟି ବ୍ରିଜ୍ ଭୁଷୁଡ଼ି ପଡ଼ିଛି । କାର୍ଯ୍ୟରେ ଅବହେଳା ପାଇଁ ରାଜ୍ୟ ସରକାର ଶୁକ୍ରବାର ୧୧ ଜଣ ଇଞ୍ଜିନିୟଙ୍କୁ କାର୍ଯ୍ୟରୁ ନିଲମ଼୍ବିତ କରିଛନ୍ତି । ନୀତିଶ ସରକାର ଯେଉଁ ଯେଉଁ ସ୍ଥାନରେ ବ୍ରିଜ୍ ଭୁଷୁଡ଼ିଛି ସେଠାରେ ଏହା ପୁନଃନିର୍ମାଣ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜଳ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚୈତନ୍ୟ ପ୍ରସାଦ ଏନେଇ କହିଛନ୍ତି ଯେ, ଏହି ଅଧିକାରୀମାନେ ବ୍ରିଜ୍ର କାର୍ଯ୍ୟ ଠିକ୍ରେ ତଦାରଖ କରିନାହାନ୍ତି । ଦୁର୍ଘଟଣା ପରେ କଣ୍ଟ୍ରାକ୍ଟରମାନଙ୍କୁ ସେମାନେ ଦାୟୀ କରି ଚୁପ୍ ବସି ଯାଇଛନ୍ତି ।ବିହାରର ବିଭିନ୍ନ ଜିଲ୍ଲାରେ ଗତ ୧୫ ଦିନ ମଧ୍ୟରେ ୧୦ଟି ବ୍ରିଜ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଳ ସମ୍ପଦ ବିଭାଗର ୧୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।ବିହାରର ଉନ୍ନୟନ ସଚିବ ଚୈତନ୍ୟ ପ୍ରସାଦ କହିଛନ୍ତି, ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ବ୍ରିଜ ନିର୍ମାଣ କରିଥିବା କଣ୍ଟ୍ରାକ୍ଟରଙ୍କୁ ଠାବ କରାଯିବ ଓ ସେମାନଙ୍କୁ ସବୁ କିଛି ପାଇଁ ଦାୟୀ କରାଯିବ ବୋଲି ସେ କହିଛନ୍ତି।ଗୁରୁବାର ରାଜ୍ୟରେ ୧୦ ନମ୍ବର ବ୍ରିଜ ସାରନରେ ଭୁଶୁଡ଼ିଥିଲା। ଏହା ୨୪ ଘଣ୍ଟା ମଧ୍ୟରେ ସାରନରେ ତୃତୀୟ ବ୍ରିଜ ଭୁଶୁଡ଼ିବା ଘଟଣା।ସିୱାନ, ସାରନ, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରନ ଓ କିଷ୍ଣନଗଞ୍ଜ ଜିଲ୍ଲାରେ ଥିବା ୧୦ଟି ବ୍ରିଜଜ ଗତ ୧୫ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିବା ସମସ୍ତଙ୍କୁ ଚକିତ କରିଛି।ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ ପୁରୁଣା ବ୍ରିଜର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ବ୍ରିଜଗୁଡ଼ିକ ତୁରନ୍ତ ମରାମତି କରିବାକୁ ସେ କହିଛନ୍ତି। ସେହିପରି ବର୍ତ୍ତମାନ ସମୀକ୍ଷା ଚାଲିଛି।”ଅନ୍ୟପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ଜୁନ ୧୮ରୁ ଇତି ମଧ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିଛି। କିନ୍ତୁ ସରକାର କେବଳ ୧୦ଟି ବ୍ରିଜ ଭୁଶୁଡ଼ିଥିବା କଥା ସ୍ୱୀକାର କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |