ଜୁଲାଇ ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୬।୭:ଜୁଲାଇ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍। ସୂଚନା ଅନୁସାରେ, ଜୁଲାଇ ୨୨ରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ୨୩ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା ।୨୪ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ, ପୂର୍ବରୁ ସ୍ବତନ୍ତ୍ର ଅଧିବେଶନରେ ନୂଆକରି ନିର୍ବାଚିତ ହୋଇଥିବା ବିଧାୟକ ମାନେ ଶପଥ ନେଇଥିଲେ ।ତିନି ଦିନ ପାଇଁ  ହୋଇଥିଲା  ବିଧାନସଭାର  ଅଧିବେଶନରେ  ହୋଇଥିଲା ଶପଥ ପାଠ କାର୍ଯ୍ୟକ୍ରମ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ପ୍ରଥମେ ନେଇଥିଲେ ଶପଥ । ଏହା ପରେ ପରେ ବିଧାୟକ ମାନେ ଜଣେ ଜଣେ କରି ଶପଥ ନେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!