ଜୁଲାଇ ୨୩ରେ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,,୬।୭: ଆଗାମୀ ଜୁଲାଇ ୨୩ରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ସଂସଦର ବଜେଟ୍ ଅଧିବେଶନ ଡକାଇବାକୁ ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ବଜେଟ୍ ଅଧିବେଶନ ୨୨ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ସଂସଦରେ ନିର୍ମଳାଙ୍କ ଏହା ସପ୍ତମ ବଜେଟ୍ ଉପସ୍ଥାପନ ହେବ। ସପ୍ତମ ଥର ବଜେଟ ଉପସ୍ଥାପନ କରି ସୀତାରମଣ ପୂର୍ବତନ ଅର୍ଥମନ୍ତ୍ରୀ ମୋରାର୍ଜି ଦେସାଇଙ୍କ ରେକର୍ଡ ଭାଙ୍ଗି ପ୍ରଥମ ଭାରତୀୟ ଅର୍ଥମନ୍ତ୍ରୀ ହେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!