ଡାବୁଗାଁ (ମିହିର ଶଙ୍କର ପାତ୍ର),୧୨।୭:-ଆଜି ସକାଳ ପ୍ରାୟ ୧୦ଘଂଟିକା ସମୟରେ ଡାବୁଗାଁ -ଝରୀଗାଁ ମୁଖ୍ୟ ରାସ୍ତାରେ ସଡ଼କ ଦୁର୍ଘଟଣା ଯୋଗୁଁ ୪ଜଣ ମେଡିକାଲରେ ଭର୍ତି ହୋଇଥିବା ସୂଚନା ମିଲିଛି |ଗୁରୁତର ମାନଙ୍କ ମଧ୍ୟରେ ଦୁଇଜଣ ପୁରୁଷ, ଜଣେ ମହିଳା ଓ ଗୋଟିଏ ୩ବର୍ଷର ଛୁଆ ଥିବା ଜଣାପଡିଛି |ମିଳିଥିବା ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ନିକଟସ୍ଥ କୁସୁମି ଗ୍ରାମର ପୁରନ ପୂଜାରୀ (୩୪), ଧନମତି ପୂଜାରୀ (୨୬) ଓ ସନ୍ତୋଷ ପୂଜାରୀ (୧୮) ଏକ ତିନି ବର୍ଷର କୁନି ଝିଅ ହିମାଦ୍ରୀ ପୂଜାରୀଙ୍କୁ ସାଙ୍ଗରେ ଧରି କୌଣସି କାର୍ଯ୍ୟରେ ଝରୀଗାଁ ବ୍ଲକର ଫୁଫୁଗାଁ ପଂଚାୟତ ସଦର ମହକୁମାର ରାଜମନ ଭତରାଙ୍କ ଘରକୁ ଆସିଥିଲେ |ଆଜି ଗୋଟିଏ ଡୀଲକ୍ସ ଗାଡି (ଓ ଡି ୨୪ ଜେ ୫୨୭୬)ରେ ଚାରିଜଣ ବସି ନିଜ ଗାଁ ଅଭିମୁଖେ ବାହାରିଥିଲେ |ଫୁଫୁଗାଁ ରୁ ବାହାରି କିଛି ଦୂର ଗଲା ପରେ ମେଦନା ଗ୍ରାମ ନିକଟ ରେ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ଵରେ ଥିବା ଏକ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସମସ୍ତେ ଛିଟିକି ପଡିଥିଲେ |ରାସ୍ତାରେ ଯିବା ଆସିବା କରୁଥିବା ବାଇକ ଆରୋହୀମାନେ ଘଟଣା ସ୍ଥଳରେ ଅଟକି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ସେମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇବା ପରେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଲିଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |