ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଜନ ପ୍ରଧାନ। ସେ ଲକ୍ ଥାନାରେ କାର୍ଯ୍ୟରତ ଥିଲେ।ଡ୍ୟୁଟିରେ ଥିବା ବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍ । ଛକ ଉପରେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ରାତିରେ ଡ୍ୟୁଟିରେ ଥିବା ବେଳେ ହୋମଗାର୍ଡଙ୍କୁ ଟ୍ରକ୍ ଚାପିଦେଇଥିବା ସୂଚନା । ମୃତକ ରାଜନ୍ ପ୍ରଧାନ, ଲକ୍ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଥିଲେ । ପ୍ରତିବାଦରେ ବାଲିଡିଆ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ । କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ । ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । ଏନେଇ ନିକଟସ୍ଥ ଥାନାରୁ କୌଣସି ପ୍ରତିକ୍ରିୟା ମିଳିନି । ସୂଚନା ଅନୁସାରେ ଘଟଣାସ୍ଥଳରୁ ଟ୍ରକଟି ଫେରାର୍ ଥିବା ଜଣା ପଡ଼ିଛି ।ଏହାର ପ୍ରତିବାଦରେ ବାଲିଡିଆ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ରହିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଲୋକଙ୍କୁ ବୁଝାଶୁଝା କରୁଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |