ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

ପୁରୀ,୧୫।୭:ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି। ରଥ ଉପରୁ ସେମାନଙ୍କୁ ହାତ ଧରି ବାହାର କାିଛନ୍ତି ନିଜେ ମୁଖ୍ୟ ପ୍ରଶାସକ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ୩ ରଥରେ ଥିବା ଅଣସେବାୟତଙ୍କୁ ବାହାରକୁ କାଢ଼ିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ବାହୁଡା଼ ଯାତ୍ରା ଅବସରରେ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ଅଣ ସେବାୟତ ବସିଥିବାର ନଜରକୁ ଆସିଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥରେ ଅଣ ସେବାୟତ ଚଢିବାକୁ ମନା କରାଯାଇଥିଲା। ଏହାର ବ୍ୟତିକ୍ରମ ଦେଖିବାକୁ ଆଜି ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ତଦାରଖ କରି ଆଜି ପୂର୍ବାହ୍ନ ସମୟରେ କେତେକ ଅଣ ସେବାୟତଙ୍କୁ ରଥରୁ ବାହାରକୁ କାଢ଼ିଥିଲେ। ଏହି ସମୟରେ କେତେକ ସେବାୟତଙ୍କ ସହ ଯୁକ୍ତିତର୍କ ହୋଇଥିବାର ନଜରକୁ ଆସିଥିଲା । କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ। ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!