ଭୁବନେଶ୍ଵର,୧୭।୭: ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜେଡି। ମୁଖ୍ୟ ବିରୋଧୀ ସାଜି ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବେ ବିଜେଡିର ୫୦ ଜଣ ବିଧାୟକ। ବୁଧବାର ସମସ୍ତ ୫୦ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର। ଏନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ବିଧାୟକମାନଙ୍କ ଦାୟିତ୍ବ ବଣ୍ଟନ କରାଯାଇଛି।ଓଡିଶା ବାସୀଙ୍କ ସ୍ୱରକୁ ବିଧାନସଭାରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ବିଜେଡି ବିଧାୟକ। ଏନେଇ ୫୦ ଜଣ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ। ରାଜା ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ, ବଦ୍ରି ନାରାୟଣଙ୍କୁ ମହିଳା ଓ ଶିଶୁ ବିକାଶ ,ନିରଞ୍ଜନ ପୂଜାରୀଙ୍କୁ ଗୃହ,ଅଶ୍ବନୀ କୁମାର ପାତ୍ର ବୟନ ଶିଳ୍ପ, ପ୍ରତାପ ଦେବଙ୍କୁ ଜିଏ, ଅରୁଣ ସାହୁ ଜଳ ସମ୍ପଦ, ସାରଦା ନାୟକଙ୍କୁ ଶିଳ୍ପ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ବର ବେହେରାଙ୍କୁ ଇସ୍ପାତ, ବର୍ଷା ବରିହା ମିଶନ ଶକ୍ତି, ସନାତନ ମହାକୁଡ କୃଷି ଓ କୃଷକ ସଶକ୍ତିକରଣ ଭଳି ବିଭାଗର କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟତ୍ବ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |