ଭୁବନେଶ୍ୱର,୧୮ା୭: ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି।ସାଧାରଣ ଲୋକଙ୍କୁ ୫ ଟଙ୍କାରେ ମିଳୁଥିବା ଭୋଜନ ‘ଆହାର’ ଯୋଜନା ବନ୍ଦ ହେବନାହିଁ। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି ଓ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସେପଟେ ଆହାର ଯୋଜନାର ନାଁ ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା ମଧ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଆହାର କେନ୍ଦ୍ର ପରିଦର୍ଶନ ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ତେବେ ‘ଆହାର’ ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ଲୋକପ୍ରିୟ ଯୋଜନା। ତେଣୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ତେବେ ଆହାର ନାଁ ପରିବର୍ତ୍ତନ କରାଯିବ କି ନାହିଁ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ। ରାଜ୍ୟରେ ଭାଜପା ସରକାର ଆସିବା ପରେ ‘ଆହାର’ ଯୋଜନା ବନ୍ଦ କରାଯିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ପରେ ଏହା ଚାଲୁ ରହିବ ବୋଲି ସରକାର ସୂଚନା ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |