ଟ୍ରେନ୍ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ

ନୂଆଦିଲ୍ଲୀ ,୧୮ା୭:   ଉତ୍ତର ପ୍ରେଦଶର ଗୋଣ୍ଡାରେ ଘଟିଛି ରେଳ ଦୁର୍ଘଟଣା । । ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି । ପ୍ରାଥମିକ ସୂଚନା ଅନୁସାରେ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି ।ଟ୍ରେନଟି ଲାଇନଚ୍ୟୁତ ହେବାପରେ ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି। ସେହିପରି ଲୋକମାନେ ନିଜର ଜିନିଷ ସହ ଟ୍ରାକରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲାର ସବୁ ଆମ୍ୱୁଲାନ୍ସରୁ ଘଟଣାସ୍ଥଳରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଗୋଣ୍ଡା ଟ୍ରେନ୍ ଲାଇନଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ତଦନ୍ତ ରେଳ ସୁରକ୍ଷା କମିଶନରଙ୍କ ତଦନ୍ତ ଠାରୁ ଅଲଗା ହେବ। ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!